କେଜ୍ରିୱାଲଙ୍କୁ କଟାକ୍ଷ କଲେ ରାହୁଲ
କେଜ୍ରିୱାଲଙ୍କୁ କଟାକ୍ଷ କଲେ ରାହୁଲ। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀକୁ ପ୍ୟାରିସରେ ବଦଳେଇଦେବେ ବୋଲି କହିଥିବା ଏକ ପୁରୁଣା ଭିଡିଓକୁ ଟୁଇଟ କରି ରାହୁଲ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓରେ ସେ ଏକ ଅଳିଆ ଆବର୍ଜନା ପକାଯାଉଥିବା ନଳା ପାଖରେ ଛିଡା ହୋଇ ଏହା ହେଉଛି କେଜ୍ରିୱାଲଙ୍କ ପ୍ୟାରିସ ବୋଲି କହି କଟାକ୍ଷ କରିଛନ୍ତି। ୨୦୧୯ ମସିହାରେ କେଜ୍ରିୱାଲ ଦିଲ୍ଲୀକୁ ପ୍ୟାରିସ ଓ ଲଣ୍ଡନଠୁ ଅଧିକ ସଫା ସୁତୁରା କରିପାରିବେ ବୋଲି ନିର୍ବାଚନି ରାଲିରେ ପ୍ରତିଶ୍ରୁତି ଦେଇଥିଲେ। ଏହାଛଡା ଦିଲ୍ଲୀର ରୋଡ, ହସପିଟାଲ ଓ ଯମୁନା ନଦୀକୁ ମଧ୍ୟ ଆନ୍ତର୍ଜାତିକ ସ୍ତରୀୟ ଭାବେ ବିକାଶ କରାଯିବ ବୋଲି କହିଥିଲେ। ଇଣ୍ଡି ମେଣ୍ଟ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏବେ ରାହୁଲ ଗାନ୍ଧୀଙ୍କ ଏହି କଟାକ୍ଷ ପରେ କଂଗ୍ରେସ ଏବଂ ଆପ ମଧ୍ୟରେ ବିବାଦ ଆହୁରି ବଢିଯାଇଛି।
