ସଂସଦରେ ମୁହାଁମୁହିଁ ହେଲେ ଅନୁରାଗ ଠାକୁର ରାହୁଲ ଗାନ୍ଧୀ

ଆମେରିକାର-ଚୀନ ପାଇଁ ରାହୁଲ-ଅନୁରାଗ ମୁହାଁମୁହିଁ

ସଂସଦରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ବିଜେପି ସାଂସଦ ଅନୁରାଗ ଠାକୁର । ଆମେରିକାର ଟାରିଫ ଏବଂ ଚୀନ ସହ ସୀମା ବିବାଦକୁ ନେଇ ସରକାରଙ୍କୁ ରାହୁଲଙ୍କ କଡା ସମାଲୋଚନା ପରେ ଜବାବ ରଖିଛନ୍ତି ବିଜେପି ସାଂସଦ । ରାହୁଲ କହିଛନ୍ତି, ଚୀନ ଆମ ଦେଶର ସୀମା ଭିତରେ ୪୦୦୦ କିଲୋମିଟର ସ୍ଥାନ ଉପରେ ବସିଛି । ବିଜେପି ସରକାର ଚୀନକୁ ୪୦୦୦ ସ୍କୋୟାର କିଲୋମିଟର ଜମି ଦେଇଦେଇଥିଲା କିନ୍ତୁ ୪୦୦୦ କିଲୋମିଟର ଜମି ନେଇଯାଇଛି ଚୀନ । ୨୦ ଯବାନ ସଦିହ ହୋଇଛନ୍ତି । କିନ୍ତୁ ଆମେ ସେମାନଙ୍କ ସହ କେକ୍ କାଟୁଛୁ କହି ବର୍ଷିବା ସହ ଏନେଇ ସେ ଚୀନ ରାଷ୍ଟ୍ରଦୂତଠୁ ଖବର ପାଇଥିବା ଦାବି କରିଛନ୍ତି । ତେବେ ରାହୁଲଙ୍କ ଅଭିଯୋଗ ପରେ ଜବାବ ରଖି ଅନୁରାଗ ଠାକୁର କହିଛନ୍ତି, ଯେଉଁମାନେ ଭାରତ-ଚୀନ ଉପରେ କଥା କହୁଛନ୍ତି ସେମାନେ ଚୀନ ସହ ସୁପ୍ ପିଉଛନ୍ତି । କେଉଁ ସମୟରେ ଚୀନ ଉକ୍ତ ଅଞ୍ଚଳ ଉପରେ ଅଧିକାର ବିସ୍ତାର କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । କାହିଁକି ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନଠୁ ଅନୁଦାନ ଆଣିଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ।

Leave a Reply

Your email address will not be published. Required fields are marked *