ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ

ରାଜପଥରୁ ଉଡ଼ିଲା ରାଫେଲ ଏବଂ ସୁଖୋଇ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ । ଉତ୍ତର-ପୂର୍ବରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସାମରିକ ଏବଂ ବେସାମରିକ ବିମାନର ଅବତରଣ ଏବଂ ଉଡ଼ାଣକୁ ସହଜ କରିବା ପାଇଁ ବାୟୁସେନା ଇଏଲଏଫ ନିର୍ମାଣ କରିଛି । ଏହା ପ୍ରାକୃତିକ ବିପର‌୍ୟ୍ୟୟ ଏବଂ ଯୁଦ୍ଧ ପରି ପରିସ୍ଥିତିରେ ଉତ୍ତର-ପୂର୍ବରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଫେଲ ଏବଂ ସୁଖୋଇ ସମେତ ୧୬ ଟି ଲଢ଼ୁଆ ବିମାନ ମୋରାନ ରାଜପଥରେ ଶକ୍ତି ପ୍ରଦର୍ଶନ କରିଥିଲେ । ବିମାନଟି ରାଜପଥରୁ ହିଁ ଅବତରଣ ଏବଂ ଉଡ଼ାଣ ପ୍ରଦର୍ଶନ କରିଥିଲା । ଏହି ଶକ୍ତି ପ୍ରଦର୍ଶନ ୩୦ ମିନିଟ୍ ଧରି ଚାଲିଥିଲା । ଜରୁରୀକାଳୀନ ଅବତରଣ ସୁବିଧା ହେଉଛି ଏକ ହାଇୱେ ଷ୍ଟ୍ରିପ୍ ଯାହା ସାଧାରଣତଃ ଯାନବାହାନକୁ ସେବା ଯୋଗାଇଥାଏ କିନ୍ତୁ ଆବଶ୍ୟକ ହେଲେ ଏହାକୁ ବିମାନ ଅବତରଣ ଏବଂ ଉଡ଼ାଣ ପାଇଁ ରନୱେରେ ପରିଣତ କରାଯାଇପାରିବ ।ପ୍ରଧାନମନ୍ତ୍ରୀ ଗୌହାଟୀରେ ୫,୪୫୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି । ଗତ ତିନି ମାସ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଆସାମ ଗସ୍ତ । ଚଳିତ ବର୍ଷ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୧୬ ରୁ ଲଗାତାର ଦୁଇ ଥର ପାଇଁ ରାଜ୍ୟରେ ଏନଡିଏ ସରକାର କ୍ଷମତାରେ ଅଛି ।

Leave a Reply

Your email address will not be published. Required fields are marked *