ପାଠଶାଳାରେ ଦୁଇ ନୂଆ ଅତିଥି

ପାଠଶାଳାରେ ଦୁଇ ନୂଆ ଅତିଥି

ପାଠଶାଳାରେ ଦୁଇ ବିଦ୍ୟାର୍ଥୀ। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଏହି ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି। ଭବାନୀପାଟଣାରୁ ଆସିଥିବା ୪ ମାସର ‘ରାଧିକା’ ମାଆ ଛେଉଣ୍ଡ ହୋଇଥିବା ବେଳେ କେନ୍ଦୁଝରରୁ ଆସିଥିବା ୩ ମାସର ‘ଜଗୁ’ ଗୋଠ ଛଡ଼ା ହୋଇଥିଲେ। ଏହାପୂର୍ବରୁ ବାଲ ହସ୍ତୀ ପାଠଶାଳାରେ ଜଗା ନାମକ ଏକ ଛୋଟ ହାତୀ ଥିବା ବେଳେ ଗୋଡ଼ିବାରୀ ପାଠଶାଳାର ମୋଟ ହାତୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି।ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି। ସେଠାରେ ହାତୀମାନେ ମନଦେଇ ପାଠ ପଢ଼ୁଛନ୍ତି। ମାହୁନ୍ତଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ହାତୀମାନେ ସକାଳୁ ଉଠି ପ୍ରାତଃ ଭ୍ରମଣ କରୁଛନ୍ତି। ଫୁଲ୍‌ବଲ ଖେଳୁଛନ୍ତି ଓ ବ୍ୟାୟାମ୍‌ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପୂର୍ବ ପରି ଚେନ୍‌ରେ ବାନ୍ଧି ରଖିବାକୁ ପଡ଼ୁନାହିଁ।