ଖାକିରେ କଳଙ୍କ ଲଗାଇଲେ ପୋଲିସ ବାବୁ !

ଦେହ ବ୍ୟବସାୟରେ ଲିପ୍ତ ଥିଲେ ପଦମପୁର ଉପ କାରାଗାରର ପୋଲିସ ବାବୁ !

ଖାକିରେ କଳଙ୍କ ଲଗାଇଲେ ପୋଲିସ ବାବୁ । ଆଇନର ରକ୍ଷକ ହୋଇ ସାଜିଲେ ଭକ୍ଷକ । ନିଜେ ଦେହ ବ୍ୟବସାୟରେ ଲିପ୍ତ ଥିଲେ ପୋଲିସ ବାବୁ । ଆଉ ରେଡ ବେଳେ ପୋଲିସ ହାତରେ ଧରାପଡିଗଲେ । ଏଭଳି ଏକ ଲଜ୍ଜାଜଣକ ଘଟଣା ସାମ୍ନାକୁ ଆସିଛି ବରଗଡରୁ । ବରଗଡ ଜିଲ୍ଲା ପଦମପୁର ଉପ କାରାଗାରର ଜେଲ ଓ୍ବାର୍ଡର ଅନୈତିକ କାର୍ଯ୍ୟ ତଥା ଦେହ ବ୍ୟବସାୟରେ ଲିପ୍ତ ଥିଲେ । ଭାବିଥିଲେ ବିଲେଇ ଆଖି ବୁଝି କ୍ଷୀର ପିଉଛି , ହେଲେ ରେଡ ବେଳେ ନିଜ ପୋଲିସ ବନ୍ଧୁଙ୍କ ହାତରେ ଧରାପଡି ଗିରଫ ହୋଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛି ପୋଲିସ ।

ସୂଚନା ଅନୁସାରେ ବରଗଡ ପଦମପୁର ରୋଡ ସ୍ଥିତ ରେଜେନ୍ସି ଲଜରେ ସେକ୍ସ ରାକେଟ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ବରେ ଏକ ଟିମ୍ ଲଜରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ଦେହଜୀବୀ ସହ ଜଣେ ଗ୍ରାହକ ଗିରଫ ହୋଇଥିଲେ । ତଦନ୍ତରୁ ଜଣା ପଡିଛି ଗ୍ରାହକ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପର ପୋଲିସ ମାମଲାର ଲଜ ମ୍ୟାନେଜରଙ୍କ ସହ ଗ୍ରାହକ ପୋଲିସ ବାବୁଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣା ଲଜ୍ଜାଜନକ ହୋଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।