ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଫିଚର୍ ଫିଲ୍ମ
ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ ହୋଇଛି। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ଶ୍ରେଷ୍ଠ ଓଡ଼ିଆ ଫିଲ୍ମ। । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ରହିଛନ୍ତି। ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ନେଇ ନାମ ଘୋଷଣା କରାଯାଇଛି । ଏଥିରେ ବଲିଉଡ୍ ଫିଲ୍ମ ଅଭିନେତା ଶାହରୁଖ ଖାନଙ୍କୁ ଜଓ୍ୱାନ ଫିଲ୍ମ ପାଇଁ ଏବଂ 12th ଫେଲ୍ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ତେବେ ଶାହରୁଖ ଖାନଙ୍କ ସହିତ ବିକ୍ରାନ୍ତ ଆଉ ରାଣୀ ମୁଖାର୍ଜୀଙ୍କର ଏହା ହେଉଛି ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏହାସହିତ ରଣବୀର କପୁରଙ୍କ ଅଭିନୀତ ଆନିମଲ୍ ଫିଲ୍ମ ପାଇଁ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କୁ ଶ୍ରେଷ୍ଠ ସାଉଣ୍ଡ ଡିଜାଇନ୍ ଆଉ ବ୍ୟାକଗ୍ରାଉଣ୍ଡ ସ୍କୋର କ୍ୟାଟେଗୋରିରେ ଆଓ୍ୱାର୍ଡ ଜିତିଛନ୍ତି । ସେହିପରି ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, 12th ଫେଲ୍ ଫିଲ୍ମକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି । ଅନ୍ୟପଟେ ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ଘୋଷଣା କରାଯାଇଛି ।
