ଖୋଲିବ ରତ୍ନଭଣ୍ଡାର, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

୧୪ରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ସେପଟେ ହାଇଲେବୁଲ କମିଟି ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟିର ମଂଜୁରୀ ମିଳିଛି । ପରିଚାଳନା କମିଟି ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବାବଦରେ ସୂଚନା ଦେଇଛନ୍ତି । ରତ୍ନ ଭଣ୍ଡାର ୧୪ରେ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି, ତେବେ କେବେ ଖୋଲିବ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଯଦି କମିଟିର ପ୍ରସ୍ତାବ ମୁତାବକ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ତାହାଲେ ରାଜ୍ୟ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିବ ବୋଲି କୁହଯାଉଛି।