ସରିଲା ରତ୍ନ ଅଳଙ୍କାର ସ୍ଥାନାନ୍ତର
ରତ୍ନଭଣ୍ଡାରକୁ ମହାପ୍ରଭୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ହୋଇଥିଲା। ପରିଚାଳନା କମିଟିର ପରାମର୍ଶ ଅନୁସାରେ ହୋଇଥିଲା ସ୍ଥାନାନ୍ତର। ସକାଳ ୧୦.୫୫ରେ ବାହାର ରତ୍ନଭଣ୍ଡାର ତାଲା ଖୋଲିଥିଲା । ୧୨ଟି ଆଲମିରାକୁ ଭିତର ରତ୍ନଭଣ୍ଡାରକୁ ନିଆଗଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାହେଲା ଏବଂ ବନ୍ଦ କରାଗଲା ।୧୦.୫୫ ରେ ପ୍ରବେଶ ୨.୫୫ ମିନିଟ୍ ରେ ଶେଷ ହେଲା ସ୍ଥାନାନ୍ତର ପ୍ରକ୍ରିୟା। ଚାରିଘଣ୍ଟା ପର୍ଯ୍ୟନ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି। ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା । ଏସଓପି ଅନୁଯାୟୀ ସମସ୍ତ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଭିଡିଓଗ୍ରାଫି ହୋଇଛି। ଭିତର ରତ୍ନଭଣ୍ଡାର ବନ୍ଦ ପରେ ଦୁଇଟା ଯାକ ଚାବି ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି । ବାହାର ରତ୍ନଭଣ୍ଡାର ଚାବି ପରମ୍ପରା ମୁତାବକ ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ, ଭଣ୍ଡାର ମେକାପଙ୍କ ପାଖରେ ରହିବ ।
