ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବ ଏମାର ମଠରୁ ମିଳିଥିବା ରୂପାଇଟା
ଛତିଶା ନିଯୋଗ ବୈଠକ ଶେଷ । କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ । ଏମାର ମଠରୁ ମିଳିଥିବା ସମସ୍ତ ରୂପା ଇଟା ଶ୍ରୀମନ୍ଦିର ପ୍ରଶାସନ ଅଧିନକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ । ଏ ନେଇ ଆଜି ଛତିଶା ନିଯୋଗ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।ଛତିଶାନିଯୋଗ ବୈଠକ ଶେଷ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା । ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତିନିର୍ଘଣ୍ଟ ଶେଷ । ଭୋର 4ଟାରୁ ଦ୍ୱାରଫିଟା ହେବ। ପଞ୍ଚୁକ ତିଥିରେ ଶ୍ରୀଜୀଉଙ୍କ ବେଶ ପାଇଁ ବିସ୍ତୃତ ଆଲୋଚନା ହୋଇଛି । କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ । ନୀତି ପାଇଁ କାର୍ତ୍ତିକ ମାସ ପରେ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ଆଲୋଚନା।ପରମ୍ପରା କ୍ଷୁର୍ଣ୍ଣ ହେବନାହିଁ । ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି।ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗ ଆଲୋଚନା । ହବିଷ୍ୟାଳି ବ୍ରତଧାରୀଙ୍କ ପାଇଁ ଆଲୋଚନା ହୋଇଛି । ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର ଉପରେ କଟକଣା । ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ।ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା । ପ୍ରତ୍ୟକ ବୁଧବାର ଏକ ସମନ୍ୱୟ କମିଟି ହେବ । ନୀତି ଶୃଙ୍ଖଳା ପାଇଁ କମିଟି ଗଠନ । ଏମାରମଠରୁ ରୂପାଇଟା ପ୍ରସଙ୍ଗ । ମାନ୍ୟବର କୋର୍ଟଙ୍କ ପାଖରେ ବିଚାରଧୀନ ରହିଛି । ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ ରୂପାଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବ । ସୁନାବେଶ ବ୍ଯତିତ ମହାପ୍ରଭୁଙ୍କ ପାଇଁ ଅଳଙ୍କାର ସେଟ୍ ହବ ।
