ବିଧାୟକଙ୍କ ସନ୍ଦେହ ଜନକ ମୃତ୍ୟୁ

ନିଜକୁ ନିଜେ ଗୁଳି କଲେ ବିଧାୟକ

ବିଧାୟକଙ୍କ ସନ୍ଦେହ ଜନକ ମୃତ୍ୟୁ । ନିଜକୁ ନିଜେ ଗୁଳି ଆତ୍ମହତ୍ୟା କରିଥିବା ସୂଚନା । ପଞ୍ଜାବ ଲୁଧିଆନାରେ ଆପ୍ ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୃତ୍ୟୁ । ଆପ ବିଧାୟକଙ୍କ ମତ୍ୟୁ କିପରି ହେଲା, ହଠାତ୍‌ କିପରି ଗୁଳି ବାଜିଲା, ସେ ନିଜକୁ ଗୁଳି କରିଛନ୍ତି ନା ଅନ୍ୟ କେହି ଗୁଳି ଚଳାଇଛନ୍ତି ଏବେ ସୁଦ୍ଧା ଜଣାପଡିନାହିଁ । ଡିସିପି ଜସକରଣ ସିଂହ ତେଜା କହିଛନ୍ତି, ତାଙ୍କୁ ମୃତ ଅବସ୍ଥାରେ ଡିଏମସି ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ମର୍ଚ୍ୟୁରୀରେ ରଖାଯାଇଛି। ଏହି ଘଟଣାଟି ରାତି ୧୨ଟାରେ ଘଟିଥିଲା। ଘଟଣା ପୂର୍ବରୁ ସେ ପ୍ରତିଦିନ ପରି ରାତ୍ରୀ ଭୋଜନ କରିଥିଲେ। ସେ ଭୁଲବଶତଃ ନିଜକୁ ଗୁଳି କରିଦେଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।