ବନ୍ଧା ହେ‌ଲେ ପୁଣେ ବସ୍ ଦୁଷ୍କର୍ମ ଅଭିଯୁକ୍ତ

ପୁଣେ ବସ୍ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ବନ୍ଧା ହେ‌ଲେ ପୁଣେ ବସ୍ ଦୁଷ୍କର୍ମ ଅଭିଯୁକ୍ତ। ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଭିତରେ  ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ବଡ଼ଧରଣର ଖୋଜାଖୋଜି ପରେ ମଧ୍ୟରାତ୍ରି ଅଭିଯାନ ସମୟରେ ମହାରାଷ୍ଟ୍ରର ଶିରୁରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦତ୍ତାତ୍ରୟ ରାମଦାସ ଗାଡେ (୩୭) ଶିରୁରର ଏକ ଫାର୍ମରେ ଲୁଚି ରହିଥିଲେ। ଗତକାଲିଠାରୁ, ପୁଣେ ପୁଲିସର ୧୩ଟି ଦଳ ତାଙ୍କୁ ଖୋଜାଖୋଜି କରୁଥିଲେ। ବିଳମ୍ବିତ ରାତିରେ ସେ ଜଣଙ୍କ ଘରକୁ ଖାଇବା ପାଇଁ ଯାଇଥିଲେ ଏବଂ ସେହି ବ୍ୟକ୍ତି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ, ଯାହା ଫଳରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ମାମଲାର ତଦନ୍ତ ଜାରି ରହିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ କଠୋରଦଣ୍ଡ ଦେବା ପାଇଁ   ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼  ଗୁରୁତ୍ବାରୋପ କରିଛନ୍ତି। ଏବେ ମହାରାଷ୍ଟ୍ରରେ ବିରୋଧୀ ଦଳମାନେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା ସହ ପୁଣେ ବସ୍‌ଷ୍ଟାଣ୍ଡ କାଣ୍ଡର  ତୁଳନା କରୁଥିବା ବେଳେ  ମାମଲାର ପର୍ଦ୍ଦାଫାସ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି।  ଫେରାର ଅଭିଯୁକ୍ତ ଦତ୍ତାତ୍ରେୟ ରାମଦାସ ଗାଡ଼େ (୩୭)କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରିଥିଲା।