ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି

ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ !

ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା ବେଳେ ଏହି ତିଥିରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ ପରେ ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ। 

ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ତେବେ ଆସନ୍ତା କାଲି ପ୍ରଥମାଷ୍ଟମୀ ହୋଇଥିବା ବେଳେ ପୋଢୁଆଁ ହେବେ ଶ୍ରୀଜିଉ । ଏବଂ ଏହି ପ୍ରଥମାଷ୍ଟମୀ ପୂର୍ବରୁ ଆଜି ପଇତାଲାଗି ନୀତି ଅନୁଷ୍ଠିତ ହେବ ।