ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବିଜ୍ଞପ୍ତି ଉପରେ ରୋକ
ହାଇକୋର୍ଟରେ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ମାମଲା । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ରେରା ଆଇନ ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟରେ ରେଜିଷ୍ଟ୍ରେସନ ସମସ୍ୟା ନଥିବା ନେଇ ସରକାର ବିଜ୍ଞପ୍ତି କରିଥିଲେ । କିନ୍ତୁ ଏବେ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ ୧ରେ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ଏହି ରହିତାଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରହିତାଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ରେରା ଆଇନ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ ପରିସର ଭୁକ୍ତ ବୋଲି ଯୁକ୍ତି ରଖି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିମଳେନ୍ଦୁ ପ୍ରଧାନ । ଏହାର ଶୁଣାଣି କରି ହାଇକୋର୍ଟ ନଗର ଉନ୍ନୟନ ବିଭାଗକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
