ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ୱାୟନାଡ଼
ୱାୟନାଡ଼ରେ ପ୍ରିୟଙ୍କାଙ୍କୁ ବିପୁଳ ବିଜୟ । ଭାଇ ରାହୁଲଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା। କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ୱାୟନାଡ ଜନତା । ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଫଳାଫଳ କେବଳ ଦଳ ସପକ୍ଷରେ ଯାଇନି ବଂର ପ୍ରିୟଙ୍କା ଭାଇ ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାହୁଲ ଗାନ୍ଧୀ ଆସନ ଛାଡିବା ପରେ ଖାଲି ପଡିଥିବା ୱାୟନାଡ ଆସନରୁ ନିର୍ବାଚନ ଲଢ଼େଇରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିଲା ଏବଂ ଏହି ନିଷ୍ପତ୍ତି ଦଳ ପାଇଁ ବଡ ସଫଳତା ଆଣିଛି । ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପ୍ରବେଶ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ ବି ପ୍ରତ୍ୟେକ ରାଜନୀତିରେ ପ୍ରବେଶ କରିନଥିଲେ । କିନ୍ତୁ ଯେବେ ରାହୁଲ ସାଧାରଣ ନିର୍ବାଚନରେ ଉଭୟ ୱାୟନାଡକୁ ଛାଡି ରାୟବରେଲୀକୁ ଛାଡିଥିଲେ ସେବେଠୁ ହିଁ କଂଗ୍ରେସର ପ୍ରଥମ ଓ ଏକମାତ୍ର ପସନ୍ଦର ପ୍ରାର୍ଥୀ ଥିଲେ ପ୍ରିୟଙ୍କା ଗାନ୍ଧୀ ।
ଯେଉଁ ଭରସା ଓ ବିଶ୍ବାସ ସହ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ୱାୟନାଡରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ତାହା ଶତପ୍ରତିଶତ ସଫଳ ହୋଇଛି । ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା କେବଳ ବିପୁଳ ଭୋଟରେ ଜିତିନାହାଁନ୍ତି ବଂର ଭାଇ ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଗତ ନିର୍ବାଚନରେ ରାହୁଲ ୩ଲକ୍ଷ ୬୫ହଜାର ଭୋଟ ବ୍ୟବଧାନରେ ଜିତିଥିବାବେଳେ ପ୍ରିୟଙ୍କା ୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୱାୟନାଡକୁ କବଜା କରିଛନ୍ତି । ଯାହାକୁ ନେଇ କେବଳ କଂଗ୍ରେସ ଶିବିରରେ ନୁହେଁ ଗାନ୍ଧୀ ପରିବାରରେ ମଧ୍ୟରେ ଖୁସିର ଲହରି ଖେଳିଛି ।