ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ମାର୍ଚ୍ଚ ମାସରେ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତି ଭକ୍ତଚରଣ ଦାସ ଏହି ବଡ଼ ସୂଚନା ଓଡ଼ିଶାବାସୀଙ୍କୁ ଦେଇଛନ୍ତି । ୨୦୨୬ କଂଗ୍ରେସ ପାଇଁ ସମ୍ଭାବନାର ବର୍ଷ ହେବ । ରାଜ୍ୟରେ କଂଗ୍ରେସ ମଜବୁତ ହେବ । ଏଥିଲାଗି ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ। ଏହି ଗସ୍ତ ଅବସରରେ ପ୍ରିୟଙ୍କା ଗାନ୍ଧୀ ବିରାଟ ମହିଳା ସମାବେଶକୁ ସମ୍ବର୍ଦ୍ଧନା କରିପାରନ୍ତି ।
