ଜେପିସିରେ ପ୍ରିୟଙ୍କା, ଭର୍ତ୍ତୃହରି ଓ ସମ୍ବିତ ପାତ୍ର
ଏକ ଦେଶ, ଏକ ନିର୍ବାଚନ ବିଲ୍ ଏବେ ଜେପିସିକୁ ପଠାଯାଇଛି। ଏହି କମିଟି ବିଲ୍ ଉପରେ ତମାମ ଆଲୋଚନା କରିବା ପରେ, ଏହାର ଏକ ରିପୋର୍ଟ ସରକାରକୁ ପ୍ରଦାନ କରିବ। ତେବେ ଏହି କମିଟିରେ କିଏ କିଏ ସଦସ୍ୟ ରହିବେ, ସେନେଇ ଆସିଛି ବଡ଼ ଅପଡେଟ୍ । ମିଳିଥିବା ସୂଚନା ମୁତାବକ, ୩୧ ଜଣିଆ ଏହି କମିଟିରେ ଓଡ଼ିଶାରୁ ଦୁଇ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବଂ ସମ୍ବିତ ପାତ୍ର ସ୍ଥାନ ପାଇଛନ୍ତି ।
୩୧ ଜଣିଆ ଏହି କମିଟିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ରାଜ୍ୟସଭାର ୧୦ ଜଣ ସାଂସଦ ରହିଛନ୍ତି । ଏହାସହ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ମଧ୍ୟ ଜେପିସିରେ ସ୍ଥାନ ପାଇଛନ୍ତି । ଲୋକସଭାରେ ଆଗତ ହେବା ପରେ, ଏବେ ଏହାକୁ ଜେପିସିକୁ ପଠାଯାଇଛି ।
ଜେପିସି ଏ ଦିଗରେ ଆଲୋଚନା କରିବା ପରେ, ୯୦ ଦିନ ଭିତରେ ଏହାର ରିପୋର୍ଟ ପ୍ରଦାନ କରିବ । ତେବେ ଦେଶରେ ଏକା ସାଙ୍ଗରେ ବିଧାନସଭା ସହିତ ଲୋକସଭା ନିର୍ବାଚନ କରିବାକୁ ଅଣ୍ଟା ଭିଡିଛନ୍ତି ମୋଦୀ ସରକାର । ଆଉ ଏଥିପାଇଁ ଏହି ବିଲ୍ ଅଣାଯାଇଛି । ୩୧ ସଦସ୍ୟ ବିଶିଷ୍ଟ ଜେପିସିରେ ଅଧ୍ୟକ୍ଷତା କରିବେ ବିଜେପି ସାଂସଦ ପି.ପି ଚୌଧୁରୀ।