ବିଜେଡି ଛାଡ଼ିଲେ ପ୍ରିୟଦର୍ଶୀ ମିଶ୍ର

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବାରୁ ଦଳ ଛାଡ଼ିଥିବା କହିଛନ୍ତି । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ସେ କହିଛନ୍ତି ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି । ମୁଁ ଦଳ ସହ ଛାତ୍ର ଜୀବନରୁ ଥିଲି । ମୋ ସମର୍ଥକ ଯାହା ନିଷ୍ପତ୍ତି ନେବେ ତାହା କରିବି । ଦଳକୁ ଗଢ଼ିଥିବା ଲୋକଙ୍କୁ ଅଣଦେଖା କରାଯାଇଛି । ଦଳ ଗତ ଥର ଧୋକା ଦେଇଥିଲା, ଏବେ ବି ଧୋକା ଦେଉଥିବା ଜାଣି ଇସ୍ତଫା ଦେଲି । ୨୦୧୯ରେ ଟିକେଟ୍ ଦେବେ କହି ଦେଇନଥିଲେ, ୨୪ରେ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏବେ ତାହା କରୁନଥିବା ସ୍ପଷ୍ଟ ହେଉଥିବାରୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।