ପୂରଣ ହେବ ତ ଦାବି ?

ଘରୋଇ ବସ୍ ଧର୍ମଘଟ ପ୍ରତ୍ୟାହୃତ

ବସ୍ ଧର୍ମଘଟ ପ୍ରତ୍ୟାହୃତ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା । ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ । ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି । ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି । ଏହା ବାଦ୍ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଆସନ୍ତା ୭ ଦିନ ମଧ୍ୟରେ ଏକ ବୈଠକ କରି ମୋ ବସ୍ ଚଳାଚଳ ରୁଟକୁ ନେଇ ନିଷ୍ପତ୍ତି ନେବ। ସେପଟେ ପରିବହନ ମନ୍ତ୍ରୀ କହିଛନ୍ତି ବସ୍ ମାଲିକଙ୍କ ଯାହା ଦାବି ଅଛି ଲିଖିତ ଆକାରରେ ଦିଅନ୍ତୁ। ଆଲୋଚନାରେ ସମସ୍ୟାର ସମାଧାନ ହେବ।