ଆଜି ପ୍ରଧାନମନ୍ତ୍ରୀଙ୍କ ୧୧୯ତମ “ମନ୍ କି ବାତ୍’ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ । ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣ । ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ । ଏହା ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍, ପି.ଏମ୍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ । ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ । ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରତାର ପୁନଃ ପ୍ରସାରଣ କରାଯିବ।
