ଆଜିଠୁ ଆରମ୍ଭ ହେବ ଶିଳ୍ପ ବିପ୍ଲବ

ଆଜିଠୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ

ଆଜିଠୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ରାଜ୍ୟରେ ବିଜେପି ସରକାର ନେତୃତ୍ୱରେ ପ୍ରଥମଥର ପାଇଁ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କନକ୍ଲେଭର ଆୟୋଜନ ହେଉଛି । ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ  ।  ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହେବେ ।  ବଡ ବଡ ବିଜନେସ ଟାଇକୁନ ଏଲ.ଏନ ମିତ୍ତଲ, କୁମାର ମଙ୍ଗଳମ ବିର୍ଲା, ଅନୀଲ ଅଗ୍ରଓ୍ୱାଲ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, କରଣ ଆଦାନୀ, ଟି.ଭି ନରେନ୍ଦ୍ରନ ଏହି ସମ୍ମିଳନୀରେ ସାମିଲ ହେବେ। ଯାହା ଉତ୍କର୍ଷ ଓଡିଶାକୁ ବୁଷ୍ଟର ଡୋଜ ଦେବ ବୋଲି କୁହାଯାଉଛି । ଉତ୍କର୍ଷ ଓଡ଼ିଶାରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର  ।  ଶିଳ୍ପ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ, ଏମଏସଏମଇ ସେକ୍ଟରରେ ନିବେଶ ପାଇଁ ନିବେଶକାରୀଙ୍କ ସହ ଆଲୋଚନା କରି ଆଗକୁ ବଢ଼ିବେ ସରକାର   ।  ଓଡ଼ିଶାରେ ନିବେଶ ପାଇଁ କେମିତି ବାତାବରଣ ରହିଛି? ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁକିଛି ଅନୁମୋଦନ ମିଳୁଛି ସେସବୁ ଶିଳ୍ପପତିଙ୍କୁ ଜଣାଇ ଆକୃଷ୍ଟ କରିବେ    ।  ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା  । କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ   ।