ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ

କେନ୍ଦ୍ର ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସଭା

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସମ୍ବଲପୁର ଆସି ବିଭିନ୍ନ ପ୍ରକଳପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସ‌ରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେବେ। ‌ବିଦ୍ୟୁତ୍‌, ସଡ଼କ, ରେଳ, କୋଇଲା ଏବଂ ଡାକ ଭଳି ବିଭିନ୍ନ କ୍ଷେତ୍ରର ବହୁ ପ୍ରକଳ୍ପକୁ ସେ ଲୋକାର୍ପଣ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ। ରାଷ୍ଟ୍ରାୟତ୍ତ କମ୍ପାନି ଏନ୍‌ଟିଭିସି, ଏମ୍‌ସିଏଲ୍‌, ଏନ୍‌ଏଚ୍‌ଏଆଇ, ଏନ୍‌ଏଲ୍‌ସି ଆଦି ପକ୍ଷରୁ ସ୍ଥାପନ କରାଯାଇଥିବା ପ୍ରକଳ୍ପଗୁଡ଼ିକର ସେ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସଭା ହୋଇଥିବାରୁ ପୂରା ଦେଶର ନଜର ସମ୍ବଲପୁର ଉପରେ ରଖିଛି । ଆଇଆଇଏମ୍‌ର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କରିବା ସହ ରେମେଡ୍‌ ପଡ଼ିଆରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ। ରାଜ୍ୟ ସହ ଦେଶର ବହୁ ନେତାଙ୍କ ସମେତ ୨ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ମୋଦୀଙ୍କ ସଭାରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତା ସମ୍ବଲପୁରରେ ପହଞ୍ଚି ସାରିଛନ୍ତି।