ସ୍ଵାଧୀନତା ଦିବସ, ଦିଲ୍ଲୀ ଲାଲକିଲ୍ଲାରେ ଭବ୍ୟ ଉତ୍ସବ

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏଥିପାଇଁ ଦିଲ୍ଲୀ ଲାଲକିଲ୍ଲାରେ ଭବ୍ୟ ଉତ୍ସବ ଆୟୋଜନ କରାଯାଇଛି । ଅତିଥିମାନଙ୍କ ଆଗମନ ଓ ସେମାନଙ୍କୁ ସ୍ୱାଗତ କରାଯିବା ପରେ ସକାଳ ୭ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେଉଛନ୍ତି । ଆକାଶରୁ ହେଲିକପ୍ଟର ଯୋଗେ ଫୁଲବର୍ଷା କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ ଅପରେସନ ସିନ୍ଦୂରରେ ଅଂଶଗ୍ରହଣ କରି ଅସୀମ ସାହସ ପ୍ରଦର୍ଶନ କରିଥିବା ବାୟୁସେନାର ୯ଜଣ ଅଫିସରଙ୍କୁ ବୀରଚକ୍ର ସମ୍ମାନ ପ୍ରଦାନ କରାଯିବ। ଏହି ଅଫିସରମାନେ ହେଲେ- ରଣଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଳ କାଲରା, ଜୟ ଚନ୍ଦ୍ରା, ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଅର୍ସବୀର ସିଂହ ଠାକୁର । ଅନ୍ୟ ଅଫିସର ମଧ୍ୟ ସମ୍ମାନିତ ହେବେ । କଡ଼ା ସୁରକ୍ଷା ବଳୟରେ ରହିଛି ନୂଆଦିଲ୍ଲୀ ।