୨୯ରୁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଡାକରା
ଆନ୍ଦୋଳନର ଡାକରା ଦେଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ । ଦାବି ପୁରା ନହେଲେ ଆସନ୍ତା ଜାନୁୟାରୀ ୨୯ ରେ ସାରା ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ଆନ୍ଦୋଳନ କୁ ଓହ୍ଲାଇବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା । ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବାରୁ ପୁଣିଥରେ ଆନ୍ଦୋଳନ ଡାକରା ଦିଆଯାଇଛି । ୩ ଦଫା ଦାବି ନେଇ ପୂର୍ବରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଲକ୍ଷାଧିକ ଶିକ୍ଷକ ଚାରିଦିନ ଧରି ୨୦୨୨ ନଭେମ୍ବରରେ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଲେ । ଦାବି ପୂରଣ ପ୍ରତିଶ୍ରୁତି ମିଳିବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରାସ୍ତାରୁ ଓହ୍ଲାଇ ଥିଲେ । ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ କଥା କହିଥିଲେ ସରକାର । ଆସନ୍ତା ମାସରେ କୋଡ଼ ଅଫ କଣ୍ଡକ୍ଟ ଲାଗିବ। କିନ୍ତୁ ଏଯାବତ୍ କିଛି ପ୍ରତିଶ୍ରୁତି ପୁରା କରି ନାହାନ୍ତି ସରକାର । ସେଥିପାଇଁ ଆନ୍ଦୋଳନର ଡାକରା ଦେଇଥିବା କହିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ।