ଆଦିବାସୀଙ୍କ ସମସ୍ୟା ଶୁଣିଲେ ରାଷ୍ଟ୍ରପତି

ଦୂର ହେବ ଆଦିବାସୀଙ୍କ ଦୁଃଖ !

ଓଡ଼ିଶାର ଆଦିବାସୀଙ୍କ ସମସ୍ୟା ଶୁଣିଲେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷ ଦିନରେ ୧୦ଟି PVTG ବା ନିର୍ଦ୍ଦିଷ୍ଟ ରୂପେ ସଂକଟ ପ୍ରବଣ ଜନଜାତି ସମୁଦାୟକୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାରେ ସଉରା, ଲାଞ୍ଜିଆ ସଉରା, କୁଟିଆ କନ୍ଧ, ଡଙ୍ଗରିଆ କନ୍ଧ, ମାଙ୍କିଡ଼ିଆ, ବିରହୋର, ଜୁଆଙ୍ଗ ଆଦି ୧୩ଟି PVTG ବସବାସ କରୁଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୦ଟି ଜନଜାତି ସମୁଦାୟର ୫ଜଣିଆ ପ୍ରତିନିଧି ଦଳ ରାଜଭବନ ପରିସରରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବରୁ ବାକି ୩ଟି ସମୁଦାୟ ସହ ସେ ଆଲୋଚନା କରିସାରିଥିବା ସୂଚନା ରହିଛି ।