ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଏମ୍ସ ବର୍ଣ୍ଣ ୱାର୍ଡରେ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଏମ୍ସ ବର୍ଣ୍ଣ ୱାର୍ଡରେ ଏଫ୍‌ଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ମହାମହିମ ରାଷ୍ଟ୍ରପତି । ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେ ପ୍ରଥମେ ଏମ୍ସ ସମାବର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଲେ । ସେଠାରୁ ବାହାରି ସେ ଏମ୍ସ ବର୍ଣ୍ଣ ୱାର୍ଡରେ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ସମସ୍ତଙ୍କ ନଜର ଥିଲା ଏହି ଦିଗରେ କି ରାଷ୍ଟ୍ରପତି ପୀଡ଼ିତା ଛାତ୍ରୀଙ୍କୁ ଭେଟିବେ କି ନାହିଁ । ଶେଷରେ ସେ ସେଠାରେ ପହଞ୍ଚି ଡାକ୍ତରୀ ଟିମ୍‌ ସହ ଆଲୋଚନା କରିବା ସହ ପୀଡ଼ିତାଙ୍କ ପରିବାର ସହ ମଧ୍ୟ କଥା ହେଲେ ରାଷ୍ଟ୍ରପତି । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୮ ପ୍ରତିଶତ ପୋଡ଼ିଯାଇଛି ।