ସଂଦସର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଆଜିଠୁ ଆରମ୍ଭ ହୋଇଛି ସଂସଦ ବଜେଟ ଅଧିବେଶନ । ସଂଦସର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି । ୨କୋଟି ୨୫ଲକ୍ଷ ହିତାଧିକାରୀଙ୍କୁ ସ୍ୱାମୀତ୍ୱ କାର୍ଡରେ ସାମିଲ କରାଯାଇଛି । ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି । ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତି ଦେଇଛି । ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି । ବନେ୍ଦ ଭାରତ ଓ ନମୋ ଭାରତ ଟ୍ରେନ ଦୌଡ଼ୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି । ଭାରତ ବିଶ୍ୱର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ କରାଯାଇଛି । ମଧ୍ୟବିତ ଯେତେ ବଡ଼ ସ୍ୱପ୍ନ ଦେଖିବ, ଦେଶ ସେତେ ଆଗେଇବ । ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଥିବା କହିଛନ୍ତି ରାଷ୍ଟ୍ରପତି । ମହିଳାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମହିଳାଙ୍କୁ ସଶକ୍ତ କରିବା ଆମ ସରକାରର ଲକ୍ଷ୍ୟ, ୩କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ ରହିଛି । ଏବେ ୧କୋଟି ୩୦ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଡ୍ରୋନ୍ ଦିଦି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି । ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢୁଆ ବିମାନ ଉଡାଉଛନ୍ତି । ଏଆଇ ଓ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ ପାଲଟିଛି । କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି । ମାତୃଭାଷାକୁ ଗୁରୁତ୍ୱ ଦିଆଯାଉଛି । ୧୩ ଭାଷାରେ ଏବେ ପରୀକ୍ଷା ପରିଚାଳନା ହେଉଛି । ବିଶ୍ୱ ରାଙ୍କରେ ଭାରତର ୧୬୩ ବିଶ୍ୱବିଦ୍ୟାଳୟ ରହିଛି । ଦେଶରେ ଉଚ୍ଚ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢିଛି । ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଏବେ ପ୍ରମୁଖ ଦେଶ ପାଲଟିଛି । ଦେଶରେ ରେକର୍ଡ ସଂଖ୍ୟାରେ ଡିଜିଟାଲ ପେମେଣ୍ଟ ହୋଇଛି । ସାଇବର କ୍ରାଇମ ସାମାଜିକ ସୁରକ୍ଷାରେ ବଡ଼ ଚ୍ୟାଲେଞ୍ଜ । ଏହାର ମୁକାବିଲା ପାଇଁ ସରକାର ସବୁ ପଦକ୍ଷେପ ନେଉଛନ୍ତି । ୧୦ ବର୍ଷ ତଳେ ଭିତ୍ତିଭୂମି ୨ଲକ୍ଷ କୋଟି ଥିଲା, ଏବେ ୧୧ଲକ୍ଷ କୋଟିରେ ପହଞ୍ଚିଛି । ସ୍ପେଶ୍ ଡକିଂରେ ଆମକୁ ସଫଳତା ମିଳିଛି । ଦେଶରେ ରେଲୱେ ନେଟୱାର୍କ ଓ ବିମାନ ବନ୍ଦର ସଂଖ୍ୟା ବଢିଛି । କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜ ନିର୍ମାଣ ହୋଇଛି । ଦେଶରେ ମେଟ୍ରୋ ନେଟୱାର୍କ ୧ହଜାର କିମିରୁ ଉଦ୍ଧ୍ୱର୍ । ଦିଲ୍ଲୀରେ ମେଟ୍ରୋ ସେବା ଦ୍ରୁତ ଗତିରେ ବିସ୍ତାର ହେଉଛି । ୧୪ଟି ରୋପୱେ ପ୍ରୋଜେକ୍ଟ ଉପରେ କାମ ଚାଲିଛି । ୧୦ ବର୍ଷରେ ଏୟାରପୋର୍ଟ ସଂଖ୍ୟା ଦୁଇଗୁଣା ହୋଇଛି । ଶିଶୁ-ମାତୃ ମୃତୁ୍ୟ ହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡୁ୍ୟଟି ହଟାଯାଇଛି । ମେଡିକାଲ କଲେଜରେ ୭୫ ହଜାର ସିଟ୍ ବୃଦ୍ଧି କରାଯାଇଛି । ଆଦିବାସୀ ଇଲାକାରେ ୩୦ ମେଡିକାଲ କଲେଜ ସ୍ଥାପନ । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର କାମ କରୁଛନ୍ତି । ୧୪୦ କୋଟି ଭାରତୀୟଙ୍କ ସେବା ହିଁ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।