କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବ

ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ସରିଛି କୋଣାର୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ । ସୂଚନା ଅନୁସାରେ ୫ ଦିନ ଧରି ଆୟୋଜିତ ହେବ ୩୪ ତମ କୋଣାର୍କ ଉତ୍ସବ । ଏହା ସହ ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଯାଉଛି ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ କୋଣାର୍କ ଯାତ୍ରୀ ନିବାସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ଦିନ ବ୍ୟାପୀ ମୁକ୍ତାକାଶ ରଙ୍ଗ ମଞ୍ଚରେ ଓଡିଶୀ ସହ କଥକ, ଶତ୍ରିୟ, ମୋହିନୀ ଆଟମ, ଭାରତନାଟ୍ୟମ, କୁଚିପୁଡି ନୃତ୍ୟ ପରିବେଷଣ କରାଯିବ ।

ଏହାସହ ଚନ୍ଦ୍ରଭାଗାରେ ଆୟୋଜିତ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ୬ ଜଣ ବିଦେଶୀ ଓ ଦେଶର ୧୦ଟି ରାଜ୍ୟର ବାଲୁକା ଶିଳ୍ପୀଙ୍କ ସମେତ ୧୦୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ । ୩୫ ଟି ଷ୍ଟଲରେ ସେମାନଙ୍କ ବାଲୁକା କଳା ପ୍ରଦର୍ଶିତ କରାଯିବ । ତେବେ ଓଡ଼ିଶା ପ୍ରସିଦ୍ଧ କୋଣାର୍କ ମହୋତ୍ସବରେ ଅଧିକ ଜନସମାଗମ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବ୍ୟାପକ ଭାବେ କଡାକଡି କରାଯିବ।