ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପଞ୍ଚୁକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ

ନଭେମ୍ବର ୨ରୁ ପଞ୍ଚୁକ। କାର୍ତ୍ତିକ ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ନେଇ ବୈଠକରେ ହୋଇଛି ଆଲୋଚନା। ପଞ୍ଚକ ସମୟରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ।ମହାପ୍ରଭୁଙ୍କ ଦିବ୍ୟ ବେଶ ଦେଖିବାକୁ ରାଜ୍ଯ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ସ୍ୱତନ୍ତ୍ର ବାରିକେଡ ଆରମ୍ଭ ହୋଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ, ଫ୍ୟାନ ଏବଂ ସୂଚନା କେନ୍ଦ୍ରର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ବୈଠକ ରେ ଆଲୋଚନା ହୋଇଥିଲା ।