‘ଏହି ବଜେଟ ଲୋକଙ୍କ ବଜେଟ’
ପ୍ରାକ ବଜେଟ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା। ଏହି ବଜେଟ ଲୋକଙ୍କ ବଜେଟ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ ଆମେ କରୁଛୁ । ଆଜି ପ୍ରାକ ବଜେଟ ପରାମର୍ଶ ନେଇ ବୈଠକରେ ସମସ୍ତ ଙ୍କ ସବିଶେଷ ଆଲୋଚନା ହୋଇଛି । ସମସ୍ତ ସଦସ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ମତାମତ ଦେଇ ପାରିବେ । ସାଧାରଣ ଲୋକଙ୍କ ପାଇଁ କିପରି ବଜେଟରେ ଗୁରୁତ୍ୱ ମିଳିବ ସେ ନେଇ ବଜେଟ ପ୍ରସ୍ତୁତ ସମୟ ରେ ଚିନ୍ତା କରାଯିବ । ରାଜସ୍ୱ କେମିତି ବଢିବ ସେ ନେଇ ସରକାର ଚିନ୍ତା କରୁଛନ୍ତି । ଶିଳ୍ପ, ପର୍ଯ୍ୟଟନ କ୍ଷେତ୍ର କୁ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ କିପରି ଆମର ଜିଡିପି ବଢିବ ସେଥିପାଇଁ ଆମେ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ୱ ଦେଉଛୁ । ବିକଶିତ ଗାଁ ବିକଶିତ ଓଡି଼ଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛୁ । ଗାଁରେ ଆୟର ସୋର୍ସ ତିଆରି କରିବା ପାଇଁ ସରକାର ଯୋଜନା କରିଛନ୍ତି । ଗାଁ ଲୋକ ଆଉ ସହର କୁ ଆସିବେ ନାହିଁ । ଶ୍ରମିକ, ଚାଷୀ, ନିଯୁକ୍ତି କ୍ଷେତ୍ରରେ ଆଶା ରଖିଥିବା ବେକାର ଯୁବକ, ସରକାରୀ ପଦବୀ ପୂରଣ ଭଳି କ୍ଷେତ୍ର ବଜେଟ ରେ ପ୍ରତିଫଳିତ ହେବ। ୨୦ ହଜାର ନିଯୁକ୍ତି ଦେଇ ସାରିଛୁ। ଚଳିତ ଆର୍ଥିକ ବର୍ଷ ଆହୁରି ୨୦ ହଜାର ନିଯୁକ୍ତି ଦେବୁ । ଆଗକୁ ୨ ବର୍ଷ ମଧ୍ୟରେ ୬୫ ହଜାର ରୁ ଅଧିକ ପଦବୀ ପୂରଣ କରିବୁ। ଅନଲାଇନ ମାଧ୍ୟମରେ ୬ ହଜାର ରୁ ଅଧିକ ପ୍ରସ୍ତାବ ଆସିବ ବୋଲି ଆକଳନ କରାଯାଉଛି । ୨୦୨୫-୨୬ ରେ ଆହୁରି ଅନେକ ଯୋଜନା ସାମିଲ କରିବେ ସରକାର । ତେଣୁ ବଜେଟର ଆକାର ବହୁତ ବଢିବ ।
