ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା

ଭିଭିଆଇପିଙ୍କ ଯାତ୍ରା ସମୟରେ ଏହି ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶ ମନା

ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ କଟକଣା । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ ଆଡଭାଇଜାରି । ୮ରୁ ୧୦ ଯାଏଁ କମିଶନରେଟ ପୋଲିସର ଟ୍ରାଫିକ କଟକଣା । ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲକୋ ଛକରେ କଟକଣା । ଭିଭିଆଇପିଙ୍କ ଯାତ୍ରା ସମୟରେ ସମ୍ପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶ ମନା । ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାମେଳି ଆରମ୍ଭ ହେବ।

ଏଥିରେ ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ୱର ସହର । କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ । ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ଥିମ୍ ପାଭିଲିୟନ ବି ଉଦଘାଟନ କରିବେ ମୋଦି । ଏଠାରୁ ଭର୍ଚୁଆଲ ମୋଡ୍ ରେ ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟୁରିଷ୍ଟ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ମଧ୍ୟ ଲୋକର୍ପଣ କରିବେ । ଏପଟେ ଭୁବନେଶ୍ୱର ଆସୁଥିବା ପ୍ରବାସୀ ଭାରତୀୟଙ୍କୁ ଚିଲିକାର ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖାଇବାକୁ ସମାନ୍ତରାଳ ଭାବେ ଚାଲିଛି ସପ୍ତାହବ୍ୟାପୀ ଚିଲିକା ବିହଙ୍ଗ ଉତ୍ସବ।