ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପଙ୍କୁ ଆଶ୍ୱସ୍ତି

ପ୍ରତାପଙ୍କୁ ପୁଣି ସାମୟିକ ଆଶ୍ୱସ୍ତି

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା । ଆଜି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରୁଛନ୍ତି ହାଇକୋର୍ଟ ।ଏହି ସୁରକ୍ଷାକୁ ଜାନୁଆରୀ ୧୭ ଯାଏଁ ବଢାଇ ଦିଆଯାଇଛି । ୧୭ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ତାଙ୍କ ନିଜ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୧୭ ଜାନୁଆରୀ ଯାଏଁ ବିଧାୟକଙ୍କ ବିରୋଧରେ ଏହି ମାମଲାରେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ । ବିଧାୟକଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଡିପି ଧଳ, ଅଂଶୁମାନ ରାୟ । ସାଲେପୁର ଜେଏମଏଫସିଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛନ୍ତି ପ୍ରତାପ ଜେନା । ପ୍ରତାପଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ନିମ୍ନ କୋର୍ଟ କହିଥିଲେ ।