ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ମିଳିବ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତାଙ୍କ ପତ୍ନୀଙ୍କୁ ମିଳିବ ସରକାରୀ ଚାକିରି , ପୁଅର ପାଠପଢା ଖର୍ଚ୍ଚ ବହନ କରିବେ ସରକାର । ଏହାସହ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଯିବ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାନ୍ତଙ୍କ ବିୟୋଗରେ ପୂରା ଗାଁ ଶୋକରେ ବୁଡିଯାଇଛି। ମୁଖ୍ୟମନ୍ତ୍ରୀ ଏଭଳି ବର୍ବର କାଣ୍ଡକୁ କଡା ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ଯଥାସାଧ୍ୟ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
