ଏଥର ବି ରାଜ୍ୟସଭା ଆଶାରେ ପାଟ୍ଟଶାଣୀ !
ଏଥର ପାଟ୍ଟଶାଣୀଙ୍କୁ ମିଳିବ କି ରାଜ୍ୟସଭା ଟିକେଟ୍। ପୁଣି ଥରେ ରାଜ୍ୟସଭା ନେଇ ଆଶାବାଦୀ ଅଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ଏଥର ନବୀନ ବାବୁ ପ୍ରତିଶ୍ରୁତି ପାଳନ କରିବେ କହିଛନ୍ତି ଭୁବନେଶ୍ୱରର ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏବେ ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଥର ପ୍ରତିଶ୍ରୁତି ପାଳନ କରିବେ । ଲୋକସଭା ନିର୍ବାଚନରେ ଲକ୍ଷାଧିକ ଭୋଟରେ ଜିତିଛନ୍ତି, ସେଥିପାଇଁ ଆଶା ରହିବା ସ୍ୱାଭାବିକ ବୋଲି ଦୋହରାଇଛନ୍ତି ପାଟ୍ଟଶାଣୀ। ୨୦୧୯ ନିର୍ବାଚନରେ ଟିକେଟ୍ କଟିବା ପରେ ରାଜ୍ୟସଭା ପାଇଁ ପାଟ୍ଟଶାଣୀ ବାରମ୍ବାର ଲବି କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିବା ସେ ଅନେକ ବାର କହିଛନ୍ତି । ଏପ୍ରିଲ 3ରେ ସରୁଛି ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସରିବ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବା ସହ ଫଳାଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ୧୬ରେ ହେବ ଯାଞ୍ଚ । ୨୦ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ ।