ମହିଳା ବାଚସ୍ପତି ପାଇବ ଓଡ଼ିଶା !

ପ୍ରମିଳା ମଲ୍ଲିକ ବିଜେଡିର ବାଚସ୍ପତି ପ୍ରାର୍ଥୀ

ରାଜ୍ୟ ବିଧାନସଭାରେ ମହିଳା ବାଚସ୍ପତି ପାଇବା ନେଇ ଜୋର ଧରିଲା ଚର୍ଚ୍ଚା । କାରଣ ବିଜେଡିର ମହିଳା ବାଚସ୍ପତି ପ୍ରାର୍ଥୀ ହେଲେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ସେ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ରହିଛି । ବର୍ତ୍ତମାନ ସେ ରାଜସ୍ବ ମନ୍ତ୍ରୀ ଅଛନ୍ତି । ତେବେ ପୂର୍ବରୁ ହେଉଥିବା ଚର୍ଚ୍ଚାକୁ ଏବେ ଆଉ ଏକ ସୁରାକ୍ ମିଳିଛି । ଯାଜପୁର ଜିଲ୍ଲା ବିଞ୍ଛାରପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ପ୍ରମିଳା ମଲ୍ଲିକ ଆଗାମୀ ଦିନରେ ବାଚସ୍ପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ ।