୮୪ବର୍ଷରେ ପ୍ରଫୁଲ୍ଲଙ୍କ କ୍ରେଜ୍ !

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘେଡେଇଙ୍କ ଜନ୍ମଦିନ ପାଳନ

୮୪ବର୍ଷରେ ପାଦ ଦେଲେ ବର୍ଷିଆନ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ । ତେବେ ଦୀର୍ଘଦିନର ରାଜନୀତି, ଲୋକଙ୍କୁ ବାନ୍ଧିରଖିବାର କ୍ଷମତା ଏବଂ ଯାଜପୁର ରାଜନୀତିର ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ବେଶ୍ ପରିଚିତ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଘଡେଇ । ତେବେ ଶୁଭେଚ୍ଛୁଙ୍କ ଦ୍ବାରା ବ୍ୟାସନଗର ଧବଲଗିରି ସ୍ଥିତ ବାସଭବନରେ 84ତମ ଜନ୍ମଦିବସ ପାଳିତ ହୋଇଯାଇଛି l

ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଙ୍କ 84ତମ ଜନ୍ମଦିନ ଉପଲକ୍ଷେ ସୁକିନ୍ଦା,ଦାନଗଦି, ବ୍ୟାସନଗର ଓ କୋରାଇ ଅଞ୍ଚଳର ଦଳୀୟ କର୍ମୀ ମାନେ ବ୍ୟାସନଗର ଧବଳଗିରି ସ୍ଥିତ ବାସଭବନରେ ବହୁ ଆଡ଼ମ୍ବରର ସହିତ କେକ କାଟି ପୁଷ୍ପ ଗୁଚ୍ଛ ଦେଇ ପାଳନ କରିଛନ୍ତି l ଏହି ଅବସରରେ ବିଶ୍ୱକର୍ମା ଏଫ ମୋଡେର୍ଣ ସୁକିନ୍ଦା ନାମକ ପୁସ୍ତକ ଉନ୍ମୋଚିତ କରାଯାଇଥିଲା l ଏହି ପରିପେଖୀରେ ଶତାଧିକ ଦଳୀୟ କର୍ମୀ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇଙ୍କୁ ଭେଟି ଫୁଲ ତୋଡ଼ା ଓ ଉପଢୌକନ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି l