ସିବିଆଇ ତଦନ୍ତ ହେଲେ ଫସିବେ ବିଜେଡିର ୨ ବଡ଼ ମୁଣ୍ଡ
ନବ ଦାସଙ୍କ ହତ୍ୟା ମାମଲା । ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ । ସିବିଆଇ ତଦନ୍ତ ହେଲେ ଫସିବେ ବିଜେଡିର ୨ ବଡ଼ ମୁଣ୍ଡ । ନବ ଦାସଙ୍କ ପରିବାର ଉପରେ ଚାପ ପକାଉଛି ବିଜେଡି । ଦୀପାଲି ଦାସଙ୍କୁ ସିବିଆଇ ତଦନ୍ତ ପାଇଁ ଲେଖିକି ଦେବାକୁ ମନା କରିଛି ବିଜେଡି । ଚାପ ପାଇଁ ସିବିଆଇ ତଦନ୍ତ ପାଇଁ ଜଣାଇ ପାରୁନାହାନ୍ତି ଦୀପାଲି । ନବଙ୍କ ହତ୍ୟା ନେଇ ୨ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା । ଜଣେ ଆଇଏଏସ ଅଧିକାରୀ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ । ଅନ୍ୟ ଜଣେ ବିଜେଡିର ବଡ଼ ନେତା ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ, ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ । ଏବେ ଯଦି ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ, ତାହେଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ ବୋଲି ପ୍ରଦୀପ କହିଛନ୍ତି । ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ଝିଅ ଦୀପାଳି ଦାସ । ହେଲେ ଏପର୍ୟ୍ୟନ୍ତ ସିବିଆଇକୁ ଏନେଇ ଲିଖିତ ଆକାରରେ ଜଣାଇନାହାନ୍ତି ଦୀପାଳି କିମ୍ବା ତାଙ୍କ ପରିବାର । ଯାହାକୁ ନେଇ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେପି ଚାହୁଁଛି ନବ ହତ୍ୟାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ।
