ନବ ଦାସ ହତ୍ୟା ମାମଲାରେ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ

‘ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ହିଁ ପ୍ରକୃତ ଷଡ଼ଯନ୍ତ୍ରକାରୀ’

ନବ ଦାସ ହତ୍ୟା ମାମଲାରେ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ । “ନବୀନଙ୍କ ପରେ ଯିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ହିଁ ପ୍ରକୃତ ଷଡ଼ଯନ୍ତ୍ରକାରୀ ବୋଲି କହିଛନ୍ତି ପ୍ରଦୀପ । ଆଜି ଏହା ପ୍ରମାଣିତ ହେବାକୁ ଯାଉଛି । ଦୁର୍ଭାଗ୍ୟର ବିଷୟ, ସେତେବେଳେ ନବଙ୍କ ପରିବାର ନୀରବ ରହିଲେ । କ୍ଷମତା ଓ ସମ୍ପତ୍ତି ଲୋଭରେ ତଦନ୍ତ ଠିକ ହେଉଥିବା କହିଲେ । ପରଦା ପଛର ଖଳନାୟକଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଆବଶ୍ୟକ । ପରିବାର ଲୋକଙ୍କ ଦରଦ ଥିଲେ ସିବିଆଇ ତଦନ୍ତ ଦାବି କରନ୍ତୁ । ଓଡ଼ିଶା ସରକାରଙ୍କ ପାଖରେ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ । ନବ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର।” ଜୟନାରାୟଣ ମିଶ୍ର ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିଳମ୍ବରେ ହେଲେ ବି ବୁଦ୍ଧି ଉଦୟ ହେଲା । କେବଳ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେଲେ ହେବନି, କୋର୍ଟଙ୍କୁ ବି ଲେଖିକି ଦେବାକୁ ପଡ଼ିବ । ଦଳ ହାରିଗଲା ପରେ ଏବେ ମନେ ପଡ଼ିଲା ଦୀପାଲିଙ୍କ ପ୍ରତିକ୍ରିୟା ପରେ ଏଭଳି ବୟାନ ରଖିଛନ୍ତି ଜୟନାରାୟଣ ମିଶ୍ର ।