ପ୍ରଦୀପ ଜେନା ହେଲେ OERC ଅଧ୍ୟକ୍ଷ

ଆଇଏଏସ ପ୍ରଦୀପ ଜେନାଙ୍କୁ ମିଳିଲା ବଡ଼ ଦାୟିତ୍ଵ

ବରିଷ୍ଠ ଆଇଏଏସ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମିଳିଲା OERC ଅଧ୍ୟକ୍ଷ ଦାୟିତ୍ବ। ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ଓଇଆରସିର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି । ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ରଙ୍କ ଅବସର ପରେ ଏହି ପଦ ଖାଲି ଥିଲା । ୧୯୮୯ ବ୍ୟାଚ୍‌ର ଆଇଏଏସ ଅଫିସର ପ୍ରଦୀପ ଜେନା ୨୦୨୩ ମାର୍ଚ୍ଚ ୧ରେ ସେ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସଆରସି) ଓ ଉନ୍ନୟନ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ ।