ବିଜେଡିରୁ ବିଦା ହେଲେ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ପ୍ରଭାତ ବିଶ୍ବାଳ

୨ଜଣଙ୍କ ପାଇଁ ଧଳା ଛାଡ଼ି ଖଇରିଆ ସାର୍ଟ ପିନ୍ଧୁଛି: ପ୍ରଭାତ ବିଶ୍ବାଳ

ବିଜେଡିରୁ ବିଦା ହେଲେ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ । କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ କାର୍ଯ୍ୟାନୁଷ୍ଠାନ ପରେ ପ୍ରେସମିଟ୍‌ କରି ବର୍ଷିଛନ୍ତି ପ୍ରଭାତ ବିଶ୍ବାଳ । କହିଛନ୍ତି, ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟକ୍ରମ କେବେ କରିବା ଶିଖି ନାହିଁ ।ଯେଉଁଠି ତ୍ରୁଟି ଯିଏ କରନ୍ତି, ଦଳର ଶୃଙ୍ଖଳିତ କର୍ମୀ ଭାବେ କହିଆସିଛି । ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଯୋଗୁଁ ଧଳା ପୋଷାକରୁ ଖଇରିଆ ପୋଷାକ ପିନ୍ଧୁଛି । ଦଳର କର୍ମୀ ଭାବେ ଆମର କହିବାର ଅଧିକାର ଅଛି । ଯେଉଁମାନେ ପ୍ରକୃତରେ ଦଳକୁ ଆଗକୁ ନେବାକୁ କାମ କରୁଛନ୍ତି, ବର୍ତ୍ତମାନ ଯେଉଁ ସମୟ ଓ ଅବସ୍ଥାରେ ଦଳ ଗତି କରୁଛି, ସେଭଳି ବ୍ୟକ୍ତିତ୍ବଙ୍କୁ ଦେବା ଉଚିତ ବୋଲି ଆଗରୁ କହିଛି ।

Leave a Reply

Your email address will not be published. Required fields are marked *