ବବି ଦାସ ଓ ପାଣ୍ଡିଆନଙ୍କ ପାଇଁ ପାୱାରଫୁଲ ରାଜା ଚକ୍ର
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW । ଏହାରି ମଧ୍ୟରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ କେମିତି ହୋଇଥାନ୍ତେ ? ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ରାଜା ଚକ୍ରଙ୍କୁ କିଏ ଏତେ ପାୱାର ଦେଇଥିଲା ବୋଲି ପ୍ରଶ୍ନ କରିବା ସହ ମୋହନ ସରକାରରେ ଯିଏ ଦୁର୍ନୀତି କରିବ ଦଣ୍ଡ ପାଇବ ବୋଲି କହି ବିଜେଡିକୁ ଘେରିଛନ୍ତି ମମତା ମହାନ୍ତ । ଅନ୍ୟପଟେ ମମତାଙ୍କ ଏହି ଆରୋପର ଜବାବ ରଖିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି- ମାମଲା ତଦନ୍ତ ଚାଲିଛି, ତଦନ୍ତରେ ଯିଏ ଦୋଷୀ ସାବ୍ୟସ୍ତ ହେବ ସରକାର ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
