ଛେଚିଲା ବର୍ଷା, ବୁଡିଲା ରାଜଧାନୀ !

ଓଃ କି ବର୍ଷା ! ପୁରା ବୁଡେଇଦେଲା…

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର। ଦିନ ତମାମ ବର୍ଷା ପୁରା ରାଜଧାନୀର ସ୍ଥିତିକୁ ସଙ୍ଗୀନ କରିଛି । କଳ୍ପନାର ରାଜମହଲ ବାଣୀବିହାରରୁ ଇସ୍କନ ସମେତ ରବି ତକିଜ ଓଲ୍ଡ ଟାଉନ ସବୁ ପୁରା ଜଳ ମଗ୍ନ । ଖାଲି ବର୍ଷା ନୁହେଁ ବର୍ଷା ସାଙ୍ଗକୁ ଅବିରତ ବିଜୁଳି ଘଡଘଡି ରାଜଧାନୀବାସୀଙ୍କୁ ପୁରା ଅସ୍ତବ୍ୟସ୍ତ କରିଛି । ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ଆଣ୍ଠୁଏ ଉପରକୁ ସୁଅ ଚାଲୁଛି, ଯେଉଁଠି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । କହିବାକୁ ଗାଲ ଆଜି ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ହୋଇଛି ରାଜଧାନୀର ବିଭିନ୍ନ ଅଞ୍ଚଳ ।

ସେପଟେ ଆଗାମୀ ସମୟରେ ବର୍ଷାର ପ୍ରଭାବ ତଥା ପରିମାଣ ବଢିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।  ଏପରିକି ଆକସ୍ମିକ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଇଛି । ଘଡ଼ଘଡ଼ି ବିଜୁଳି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ସେପଟେ ଖାଲି ରାଜଧାନୀ ନୁହେଁ ଉପକୂଳ ସମେତ ଆଭ୍ଯନ୍ତରୀଣ ଓଡ଼ିଶାରେ ଲଗାଣ ବୃଷ୍ଟିପାତ ଦେଖିବାକୁ ମିଳିଛି । ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଛି । ତେବେ ବଜ୍ରପାତ ସମୟରେ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।