ମମତାଙ୍କ ନିର୍ଦ୍ଦେଶରେ ସୀମାରେ ଅଟକିଲା ଆଳୁ ଟ୍ରକ
ଓଡ଼ିଶାରେ ପୁଣି ଦେଖାଦେଇପାରେ ଆଳୁ ସଂକଟ ! ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଆଳୁ ବୁଝେଇ ଟ୍ରକ । ଆଗକୁ ଆଳୁ ଅଭାବର ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ ମନା କରିଦେଇଛନ୍ତି ଦିଦି । ସେହିପରି ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ ଜାନୁଆରୀ , ଫେବ୍ରୁଆରୀ ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଯୋଗାଣ କରାଯିବ ନାହି ବୋଲି ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲଜାରେ ନିକଟରେ ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ି ଗୁଡିକ ଅଟକି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏପରି ଟ୍ରକ ଅଟକି ରହିଛି । ସେହିପରି ଆଳୁ ଟ୍ରକକୁ ଜଗି ରହିଛି ପଶ୍ଚିମବଙ୍ଗ ପୋଲିସ ।
