ନିର୍ବାଚନ ଲଢିବେ ନୀତିଶ କୁମାରଙ୍କ ପୁଅ!
ବିହାର ନିର୍ବାଚନକୁ ନେଇ ନିଇତି ନୂଆନୂଆ ଅପଡେଟ୍ ଆସୁଛି । ଖାସ୍ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ ନିର୍ବାଚନ ଲଢିବେ କି ନାହିଁ ସେନେଇ ସସ୍ପେନ୍ସ ଦେଖାଯାଉଥିବା ବେଳେ ଏବେ ସେ ନିର୍ବାଚନବ ଲଢିବେ ବୋଲି କୁହାଯାଉଛି । ହେଲେ କେଉଁ ଆସନରୁ ସେ ନିର୍ବାଚନ ଲଢିବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ବୋଲି ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ହେଉଛି ।ବିହାରର ରାଜନୈତିକ ମାହୋଲ୍ରେ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ସକ୍ରିୟ ରାଜନୀତିରେ ସାମିଲ କରିବା ପାଇଁ ଜନତା ଦଳ (ୟୁନାଇଟେଡ୍) ବା ଜେଡିୟୁର କର୍ମୀମାନେ ଦାବି ଉଠାଇଛନ୍ତି । ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ନିଶାନ୍ତଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ କର୍ମୀମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଖାଲି ଦାବି କରିଛନ୍ତି ତାହା ନୁହେଁ ବରଂ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଏନେଇ ପୋଷ୍ଟର ବି ଲଗାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଆହୁରି ଅଧିକ ଆରମ୍ଭ ହୋଇଯାଇଛି ।
