ଭାରତରୁ ପାକିସ୍ତାନୀ ସ୍ପାଏ ଗିରଫ
ଭାରତରେ ଗିରଫ ହେଲେ ପାକିସ୍ତାନୀ ସ୍ପାଏ । ବର୍ଷ ବର୍ଷ ଧରି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜଣାଶୁଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରିଛି ହରିୟାଣା ପୋଲିସ୍ । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ସମ୍ପର୍କ ଥିବା ଅଭିଯୋଗରେ ସେ ବନ୍ଧା ହୋଇଛନ୍ତି । ଜ୍ୟୋତିଙ୍କ ସମେତ ୬ ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ଏମାନେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡିଛି । ୨୦୨୩ରେ ପାକିସ୍ତାନ ଯାଇଥିଲେ ଜ୍ୟୋତି । ଜ୍ୟୋତି ମଲହୋତ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲ ‘ଟ୍ରାଭେଲ ୱିଥ୍ ଜୋ’ରେ ବିଭିନ୍ନ ଦେଶ ବୁଲନ୍ତି । ଏସବୁ ଭିତରେ ସେ ପାକିସ୍ତାନ ଯାଇଥିଲେ । ଆଉ ସେଠି ସେ ପାକିସ୍ତାନ ହାଇକମିଶନ୍ ସହ ଲିଙ୍କକୁ ଆସିଥିବା ଜଣାପଡ଼ିଛି । ପାକ୍ ହାଇକମିଶନର ସଦସ୍ୟ ଏହସାନ-ଉର୍-ରହିମ୍ ଓରଫ୍ ଦାନିଶ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ଏବଂ ସେ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଗୁଇନ୍ଦା ଅପରେଟିଭଙ୍କ ସହ ଭେଟ କରାଇଥିଲା । ଏହାପରେ ଭାରତର ଅନେକ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅଭିଯୋଗ ହୋଇଛି ।
ଗତ ବର୍ଷ ଓ କିଛି ମାସ ତଳେ ବି ଜ୍ୟୋତି ମଲହୋତ୍ରା ପାକିସ୍ତାନ ଯାଇଥିଲେ । ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ୍ ଭଳି ଏନକ୍ରିପଟେଡ ପ୍ଲାଟଫର୍ମ ଜରିଆରେ ସେ ପାକ୍ ଗୁଇନ୍ଦା ଅପରେଟିଭଙ୍କ ସହ ସମ୍ପର୍କରେ ରହିଥିଲେ । ତାଙ୍କୁ ଭାରତୀୟ ସ୍ଥାନଗୁଡିକ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିଲେ । ଏପରିକି ସୋସିଆଲ ମିଡିଆରେ ପାକିସ୍ତାନର ସକରାତ୍ମକ ଛବି ପ୍ରତିଷ୍ଠା କରିବା କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଥିବା ଜଣାପଡିଛି । ଜ୍ୟୋତିଙ୍କ ଲିଙ୍କରେ ପଞ୍ଜାବ ଓ ହରିୟାଣାରେ ବି କିଛି ବ୍ୟକ୍ତିଙ୍କୁ ବି ଉଠାଇଛି ପୋଲିସ୍ । ସେହିପରି ପାନିପଥରୁ ଜଣେ ଛାତ୍ର ଦେବେନ୍ଦ୍ର ସିଂ ଢିଲୋନ୍ ବି ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି । ସେନା ବେସ୍ ଫଟୋ, ଭିଡିଓ ପାକିସ୍ତାନକୁ ଦେଇଥିଲେ ।
