ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ pucc ଯାଞ୍ଚ
ଆଜିଠାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ପିୟୁସିସି ନଥିଲେ ଟୋଲଗେଟରେ ଇ-ଡିଟେକସନ ବ୍ୟବସ୍ଥାରେ କଟିବ ଚାଲାଣ। ରାଜ୍ୟ ସରକାର ଏପ୍ରିଲ ୧ ପର୍ଯ୍ୟନ୍ତ ପିୟୁସିସିକୁ କୋହଳ କରିଥିଲେ । ରାଜ୍ୟରେ ବାୟୁର ଗୁଣବତ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଓଡିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି। ଅନେକ ଗାଡ଼ିର ଏହାର ବ୍ୟାପକ ଉଲ୍ଲଙ୍ଘନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପିୟୁସିସି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା । କିନ୍ତୁ ଜନସାଧାରଣ ଏ ନେଇ ସଚେତନ ନ ଥିବାରୁ ପିୟୁସିସି ଯାଞ୍ଚକୁ କୋହଳ କରିଥିଲେ ରାଜ୍ୟ ସରକାର । ଏପ୍ରିଲ୧ ପର୍ଯ୍ୟନ୍ତ ଏହି କୋହଳ ଲାଗୁଥିବା ବେଳେ ଆଜିଠାରୁ ପୁନଶ୍ଚ ପିୟୁସିସି ଯାଞ୍ଚ କଡ଼ାକଡ଼ି ହେବ ।
