ପଲ୍ୟୁସନ ସାର୍ଟିଫିକେଟ ପାଇଁ ଲମ୍ବା ଲାଇନ

ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ

ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ଗାଡ଼ି ଚାଳକ। ନୂଆ ବର୍ଷରୁ ଏହି ନିୟମ କଡାକଡି ପାଳନ କରାଯିବାକୁ ଘୋଷଣା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ତତ୍ପରତା ।ସେହିପରି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ ମଧ୍ୟ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସଚେତନ କରିବେ । ପେଟ୍ରୋଲ ପମ୍ପ ନିକଟରେ pucc ସାର୍ଟିଫିକେଟ କରିବାକୁ ମଧ୍ୟ ବ୍ୟବସ୍ଥା କରାଯିବ । ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ pucc ଚାଲାଣ କାଟୁଥିଲେ, ଛାଡ଼ କରାଯିବ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଗାଡ଼ିକୁ ମିଳିବନି ପେଟ୍ରୋଲ । ସେପଟେ ସରକାରଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଗହଳିକୁ ଏଡ଼ାଇବାକୁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *