ନୂଆପଡ଼ା ସୁନାବେଡ଼ାରୁ ଫେରିଲେ ପୋଲିଂ ଟିମ୍‌

ଭୋଟିଂ ଶେଷ ପରେ ବାୟୁସେନା ହେଲିକପ୍ଟରରେ ଫେରିଲେ ପୋଲିଂ ଟିମ୍‌

ନୂଆପଡ଼ା ସୁନାବେଡ଼ାରୁ ଫେରିଲେ ପୋଲିଂ ଟିମ୍‌ । ଭୋଟିଂ ଶେଷ ପରେ ବାୟୁସେନା ହେଲିକପ୍ଟରରେ ଫେରିଲେ। ୮ଟି ସମ୍ବେଦନଶୀଳ ବୁଥ୍‌ରେ ମତଦାନ ଶେଷ ପରେ ଫେରିଲେ। ଭୋଟ ବାକ୍ସ ସହ ଗୋତମା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଲେ।ମାଓଗଡ଼ରୁ ହେଲିକପ୍ଟର ଯୋଗେ ଫେରିଲା ଇଭିଏମ l ନୂଆପଡ଼ାରେ ମାତଦାନ ପରେ ନକ୍ସଲ ପ୍ରଭାବିତ ସୁନାବେଡାରୁ ଫେରିଛି ଇଭିଏମ ମେସିନ l ନକ୍ସଲ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଯାଇଥିବା ୪୮ ଜଣିଆ ପୋଲିଂ ପାର୍ଟିଙ୍କ ପ୍ରଥମ ଟିମ ଆସି ପହଞ୍ଚିଛନ୍ତି l ଯେଉଁଠି ୨ଟି ବୁଥର ପୋଲିଂ ଅଫିସର ରହିଛନ୍ତି l ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଡ଼ା ସୁରକ୍ଷାବଳୟରେ ନୂଆପଡାର ଗୌତମା ଏୟାରପୋର୍ଟରେ ଆସି ପହଁଚିଛି ଇଭିଏମ ମେସିନ l ଗୌତମା ଏୟାର ପୋର୍ଟରୁ ସମସ୍ତ ଇଭିଏମକୁ ନୂଆପଡ଼ା ନ୍ୟାସନାଲ କଲେଜରେ ଥିବା ଷ୍ଟ୍ରଙ୍ଗ ରୁମରେ ଆଣି ରଖାଯିବ l

Leave a Reply

Your email address will not be published. Required fields are marked *