ଓଡ଼ିଶା ପବ୍ଲିକ ସିଭିଲ୍ ସର୍ଭିସ ପାଇଁ ବଢ଼ିଲା ବୟସ ସୀମା
ଓଡ଼ିଶା ପବ୍ଲିକ୍ ସର୍ଭିସ ପରୀକ୍ଷା ପାଇଁ ବଢିଲା ବୟସ ସୀମା । କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ପରୀକ୍ଷାର୍ଥୀଙ୍କ ସର୍ବୋଚ ବୟସ ସୀମାକୁ ୩୨ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳକୁ ୨ଶହଟି ଇଲେକ୍ଟ୍ରିକ୍ ବସ୍ ଚଳାଇବେ ସରକାର । ରାଜ୍ୟରେ ୩୬୫ଟି ଜୁନିୟର ଡିପ୍ଲୋମା ଇଂଜିନିୟର ପଦବୀ ସୃଷ୍ଟି କରାଯିବ । ଜଗ୍ନନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସାମିଲ କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ଜଗନ୍ନାଥ ରଥ ବୁଲିବ ଓ ଘରକୁ ଘର ଯାଇ ଗୁଆ ଚାଉଳ ସଂଗ୍ରହ କରାଯିବ । ପ୍ରତି ପଂଚାୟତରୁ ଲୋକ ପୁରୀ ଆସିବେ ଓ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ । ସେହିପରି ଆଗାମୀ ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଉତ୍ସବର ଲାଇଭ୍ ଟେଲିକାଷ୍ଟ ପାଇଁ ପ୍ରତି ପଂଚାୟତରେ ଏଲଇଡି ଲାଗିବ । ଏଥିପାଇଁ ୧୫୬ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ୍ ।