ତେଜିଲା ମହାନଦୀ ରାଜନୀତି

ଲୀନ ହୋଇଯିବ ମହାନଦୀ: ପ୍ରସନ୍ନ ଆଚାର୍ଯ୍ୟ

ଓଡ଼ିଶାରେ ଲୀନ ହୋଇଯିବ ମହାନଦୀ । ଟ୍ରିବ୍ୟୁନାଲ ଅଧ୍ୟକ୍ଷ ପରିବର୍ତ୍ତନ ପରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏପରି ସାଙ୍ଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ଟ୍ରିବ୍ୟୁନାଲ ପରିବର୍ତ୍ତନ ହେବା ଯୋଗୁଁ ପୁଣି ମୂଳରୁ ଶୁଣାଣୀ ଆରମ୍ଭ ହେବ । ଏ ସମସ୍ୟା ଦୂର ହେବା ବେଳକୁ ମହାନଦୀ ଲିନ ହୋଇଯାଇଥିବ। ତେଣୁ ସରକାର ଏବେଠାରୁ ସତର୍କ ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ୟ୍ୟ। ମହାନଦୀ ଯୋଗୁଁ ଓଡ଼ିଶାରେ ପାଣି ସଙ୍କଟ ଦେଖାଯିବା ସହ ଚାଷୀ ସମସ୍ୟା ଦେଖାଯିବ ଏବଂ ଆର୍ଥିକ ଓ ସାମାଜିକ ସମସ୍ୟା ସୁଷ୍ଟି ହେବ । ଏହାସହ ଆଗକୁ ଭୟଙ୍କର ସ୍ଥିତି ମହାନଦୀ ପାଣିକୁ ନେଇ ସୃଷ୍ଟି ହେବ । ମହାନଦୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ବାରମ୍ବାର କରିବା ପରେ ବି କିଛି ସମାଧାନ ହୋଇନାହିଁ । ଏବେ ଟ୍ରିପଲ ଇଞ୍ଜିନ ସରକାର ମହାନଦୀ ସମସ୍ୟାର ସମାଧାନ କରୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ । ଗତକାଲି ବିଜୟ ମହାପାତ୍ର ମଧ୍ୟ ହୀରାକୁଦ ଜଳ ଭଣ୍ଡାରରେ ପାଣି କମି ଯାଉଥିବା ନେଇ ପ୍ରଶ୍ନ ଉଠାଇଥିଲେ । ଆସନ୍ତା ମାର୍ଚ୍ଚ, ଏପ୍ରିଲ ବେଳକୁ ରାଜ୍ୟରେ ଭୟଙ୍କର ଜଳସଂକଟ ଦେଖା ଦେବ ବୋଲି କହିଛନ୍ତି ବିଜୟ ମହାପାତ୍ର ।

Leave a Reply

Your email address will not be published. Required fields are marked *