ବାଂଲାଦେଶ ଯାଇଥିଲା ଅଭିଯୁକ୍ତ ରାଜୁ ମଣ୍ଡଳ

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସିମ୍ ବକ୍ସ ମାମଲାରେ ପଚରାଉଚରା ପରେ ଆଜି ଏହି ବଡ଼ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା । ଭୁବନେଶ୍ୱରରୁ କୋଲକାତା ଆଉ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବିକ୍ରି କରୁଥିଲା ରାଜୁ । ସେଠାରେ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅସାଦ୍ଦୁର ଜମାନ୍‌କୁ ଭେଟି ସିମ୍ ବକ୍ସ ନେଇ ଡିଲ୍ କରିଥିଲା । ଖାଲି ଏତିକି ନୁହେଁ ଆଶାଦ୍ଦୁର ଭୁବନେଶ୍ୱରକୁ ଆସିଥିଲା । ଦୁଇଟି ସିମ୍ ବକ୍ସ ବସାଇବା ପରେ ରାଜୁକୁ ଏଠାରେ ରଖି ତାକୁ ନିୟମିତ ଦରମା ପଠାଉଥିଲା । ଭୁବନେଶ୍ୱରରେ ଦୁଇଟି ସିମ୍ ବକ୍ସ ଧରାପଡ଼ିବା ପରେ ଏବେ ତୃତୀୟ ସିମ୍ ବକ୍ସ ଝାଡ଼ଖଣ୍ଡରେ ରହିଥିବା ଖବର ପାଇଛି ପୋଲିସ୍ ।ଏନେଇ ଖୁବ୍ ଶୀଘ୍ର ଝାଡ଼ଖଣ୍ଡରେ ରେଡ୍ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଧରାପଡ଼ିଥିବା ରାଜୁ ମଣ୍ଡଳ ବାଂଲାଦେଶ ଯାଇଥିବା କହିଲେ ସିପି । ବସ୍ ଯୋଗେ ସୀମା ଡେଇଁ ବାଂଲାଦେଶ ଯାଇଥିଲା ରାଜୁ ମଣ୍ଡଳ । କୋଲକାତାରୁ ଜିନିଷପତ୍ର ନେଇ ସେ ବାଂଲାଦେଶରେ ବିକ୍ରି କରେ ।